ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବି ବିଧାନସଭା ବେଶ ସରଗରମ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବେ । ଶକ୍ତି , କୃଷି ଓ କୃଷକ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ, ବୟନ ଶିଳ୍ପ, ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗର ରହିଛି ପ୍ରଶ୍ନକାଳ । ବିଧାୟକ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିବେ। ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ବହୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । ମୁଖ୍ୟ ବିରୋଧୀ ବିଜେଡି ପକ୍ଷରୁ ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦିଆଯିବ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗ ଉପରେ ଘମାଘୋଟ ଆଲୋଚନା ହେବାର ସମ୍ଭାବନା ରହିଛି। ସେହିପରି ଦ୍ବିତୀୟ ଅଧ୍ୟାୟରେ ବାଣିଜ୍ୟ ଓ ପ୍ରତିଷ୍ଠାନ ଆଇନ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହେବ।






More Stories
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……
କୋଣାର୍କ ଉତ୍ସବ ଆରମ୍ଭ…..
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା:କିଟ୍ ପକ୍ଷଭୁକ୍ତ…..