Report Card Odisha

| Daily Odia News

୧୨ ଆସନରୁ ୭ ରେ ବିଜେପି ବିଜୟୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମହାନଗର ନିଗମ ଉପ ନିର୍ବାଚନର ଭୋଟ ଗଣତି ଶେଷ ହେବା ସହ ଫଳାଫଳ ଘୋଷଣା ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗରର ୧୨ ଟି ୱାର୍ଡ ପାଇଁ ଉପନିର୍ବାଚନ ପାଇଁ ଉପନିର୍ବାଚନ ହୋଇଥିଲା । ଗତ ନଭେମ୍ବର ୩୦ରେ ଏଥିପାଇଁ ମତଦାନ ହୋଇଥିଲା । ଆଜି ଏହାର ଫଳାଫଳ ପ୍ରକାଶ ପାଇଛି । ଫଳାଫଳ ଅନୁସାରେ ୧୨ ଟି ଆସନରୁ ବିଜେପି ୭ଟିରେ, ଆପ୍ ୩ଟିରେ, କଂଗ୍ରେସ ଏବଂ ବାମପନ୍ଥୀ ଗୋଟିଏ ଲେଖାଏଁ ୱାର୍ଡ ଜିତିଛନ୍ତି । ଗତ ପୌର ନିର୍ବାଚନ ଫଳାଫଳ ଅନୁସାରେ ୧୨ଟି ୱାର୍ଡ ମଧ୍ୟରୁ ୯ଟି ବିଜେପି ଏବଂ ବାକି ୩ ଟି ଆମ ଆଦମୀ ପାର୍ଟି (ଆପ୍) ବିଜୟୀ ହୋଇଥିଲା । ଆଜିର ଫଳାଫଳ ଅନୁସାରେ ବିଜେପି ଅଶୋକ ବିହାର , ଗ୍ରେଟର କୈଳାସ , ଶାଲିମାର ବାଗ-ବି , ଚାନ୍ଦିନୀ ଚୌକ , ଦିଚାଓଁକଲାନ , ଦ୍ୱାରକା-ବି ଏବଂ ବିନୋଦ ନଗର ଆସନରେ ବିଜୟୀ ହୋଇଛି । ଆପ୍ ଦକ୍ଷିଣପୁରୀ , ମୁଣ୍ଡକା , ନରୈନା ଆସନରେ ବିଜୟୀ ହୋଇଛି । ସେହିପରି କଂଗ୍ରେସ ସଙ୍ଗମ ବିହାର-ଏ ଏବଂ ବାମପନ୍ଥୀ ନେତୃତ୍ଵାଧୀନ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଚାନ୍ଦିନୀ ମହଲ ଆସନରେ ବିଜୟୀ ହୋଇଛି ।

Breaking News