ରିପୋର୍ଟ କାର୍ଡ / କଟକ
କଟକ ଜଗତପୁର ନିକଟରେ ବିରୂପା ନଦୀରେ କାର୍ ଖସିପଡ଼ିବା ଘଟଣା। ସାଢ଼େ ୬ ଘଣ୍ଟା ପରେ ନଦୀରୁ ଉଦ୍ଧାର ହେଲା କାର। ତେବେ କାର୍ ଭିତରେ କେହି ନଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାର୍ ବୁଡିବା ଭିତରେ ଦୁଇ ଜଣ ଥିଲେ। ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଅନ୍ୟ ଜଣେ କାର ଭିତରେ ରହିଯାଇଥିଲେ। ହେଲେ କାରକୁ ପଦାକୁ ଆଣିବା ପରେ କାର ଭିତରେ କେହି ନଥିବାରୁ ସସପେନ୍ସ ସୃଷ୍ଟି ହୋଇଛି। ସନ୍ଧ୍ୟାରେ କାରଟି ଦ୍ରୁତ ଗତିରେ ଯାଇ ବିରୂପା ନଦୀରେ ଖସିପଡିଥିଲା। କାର୍ ଭିତରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଖେଳ ପ୍ରଶିକ୍ଷଣ ପିଲା ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ଏବେ ସୁସ୍ଥ ଅଛନ୍ତି। ସେପଟେ କାର୍ ଭିତରେ ଥିବା ବ୍ୟକ୍ତି କୁଆଡ଼େ ଗଲେ ତାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ରେସ୍କ୍ୟୁ ଅପରେସନର ସାମିଲ ଥିଲେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ପ୍ରଶାସନ ଓ ସ୍ଥାନୀୟ ଲୋକ। ଦୀର୍ଘ ସମୟ ଧରି ସେଠାରେ ଚାଲିଥିଲା ମେଗା ରେସ୍କ୍ୟୁ ଅପରେସନ। କାରଟି ଭୁବନେଶ୍ଵର ଲିଙ୍ଗିପୁର ଅଂଚଳର ଥିବା ସୂଚନା ମିଳିଛି। କାରଟି ପ୍ରାୟ ୩୫ ଫୁଟ ପାଣି ଭିତରେ ବୁଡିଯାଇଥିଲା। କାରଟିକୁ ପଦାକୁ ଆଣିବା ଲାଗି ବ୍ୟବହୃତ ହୋଇଥିଲା ରଶି। ଘଟଣାସ୍ଥଳରେ ଡିସିପି ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିଲେ। ଉଦ୍ଧାର ଲାଗି ସ୍କୁବା ଡାଇଭର ବି ନିୟୋଜିତ ହୋଇଥିଲେ।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….