Report Card Odisha

| Daily Odia News

ପୁଟିନଙ୍କ ଆଜି ଦିନର କାର୍ଯ୍ୟସୂଚୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ । ଆଜି ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ । ସକାଳ ୧୧ଟାରେ ପୁଟିନ ରାଷ୍ଟ୍ରପତି ଭବନ ଯିବେ, ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବେ । ଏହାପରେ ସକାଳ ୧୧ଟା ୩୦ରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ପୁଟିନ । ପରେ ୧୧ଟା ୫୦ରେ ହାଇଦରାବାଦ ହାଉସରେ ୨୩ତମ ରୁଷ-ଭାରତ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ, ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ।ଏହାପରେ ଅପରାହ୍ନ ୧ଟା ୫୦ମିନିଟରେ ମୋଦୀ-ପୁଟିନ ମିଳିତ ପ୍ରେସ କନଫରେନ୍ସିଂ କରିବେ । ଅପରାହ୍ନ ୩ଟା ୪୦ମିନିଟେ ଶିଳ୍ପୋଦ୍ୟୋଗୀଙ୍କ ବୈଠକରେ ଯୋଗଦେବେ ପୁଟିନ । ସନ୍ଧ୍ୟା ୭ଟାରେ ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ବାସଭବନରେ ନୈଶ ଭୋଜିର ଆୟୋଜନ ହୋଇଛି । ପୁଟିନ ଏଥିରେ ସାମିଲ ହେବା ପରେ ରାତି ୯ଟରେ ରୁଷ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Breaking News