ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ସରକାର ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥିପାଇଁ ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ, ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩ ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନିୟମ କୋହଳ କରାଯାଇଛି।ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁବାର ଏହି ସୂଚନା ଦେଇ କହିଛନ୍ତି ଯେ ବିସ୍ତୃତ ଆଲୋଚନା ପରେ ସରକାର ଏହି ନିୟମକୁ କୋହଳ କରିଛନ୍ତି, ଯାହା ଲୋକଙ୍କୁ ବହୁତ ଉପକୃତ କରିବ।ଅକ୍ଟୋବର ୫, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପାଇଁ ଏବେ ଆଉ ଅକୁପାନ୍ସି ସାର୍ଟିଫିକେଟ୍ ଏବଂ RERA ପଞ୍ଜୀକରଣ ସାର୍ଟିଫିକେଟ୍ ଦରକାର ପଡ଼ିବ ନାହିଁ। ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ଏବେ କେବଳ ସମ୍ପତ୍ତିର ପୁନଃ-ବିକ୍ରି ସମୟରେ ପୁରୁଣା ଟ୍ରାନ୍ସଫର ଦଲିଲ କିମ୍ବା ପଞ୍ଜୀକୃତ ବିକ୍ରି ଦଲିଲ ଦାଖଲ କରିବେ।ପୂର୍ବରୁ ଅନେକ ଆପାର୍ଟମେଣ୍ଟ ମାଲିକ, ବିଶେଷ କରି ଭୁବନେଶ୍ୱର ଓ କଟକ ଭଳି ଯୁଗ୍ମ ସହରରେ, ଉପରୋକ୍ତ କାଗଜପତ୍ର ଅଭାବରୁ ସେମାନଙ୍କ ସମ୍ପତ୍ତିର ପୁନଃ-ବିକ୍ରି ବା ହସ୍ତାନ୍ତର ପାଇଁ ପଞ୍ଜୀକରଣ କରିବାରେ ଅସୁବିଧା ଭୋଗୁଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ଏହି ନିଷ୍ପତ୍ତି ଫଳରେ ରାଜ୍ୟର ସହରାଞ୍ଚଳରେ ଥିବା ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ବହୁତ ଲାଭବାନ ହେବେ।






More Stories
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ଆଜି କାଉଣ୍ଟରରେ ଟିକଟ ବିକ୍ରି……
ସାମ୍ବାଦିକଙ୍କ ପାଇଁ ପେନସନ୍……