ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍ ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୫୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ୟାସ ଲିକ୍ ରେ ପ୍ରାୟ ୧୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଧନବାଦର ପିବି ଅଞ୍ଚଳରେ ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍ ହୋଇଥିଲା, ଯାହା ଫଳରେ ପ୍ରାୟ ଦଶହଜାର ସ୍ଥାନୀୟ ବାସିନ୍ଦା ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ଅଞ୍ଚଳ ଛାଡିଛନ୍ତି । ଘଟଣାଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସରକାରୀ ସୂଚନା ଅନୁସାରେ ଜିଲ୍ଲାର କେନ୍ଦୁଆଡିହ ଅଞ୍ଚଳରେ ଥିବା ଅନେକ ଖଣିରୁ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍ ହେଉଛି । ଗୋଟିଏ ଖଣିରୁ ପ୍ରବଳ ଲିକ୍ ହୋଇ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଥିଲା । ଗ୍ୟାସ ଲିକ୍ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କାରଣ ଦୁଇ ମୃତକଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସ୍ତନୀୟ ବାସିନ୍ଦା ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବାନ୍ତି ଅନୁଭବ କରିଥିଲେ । ଭାରତ କୋକିଂ କୋଲ୍ ଲିମିଟେଡ୍ (ବିସିସିଏଲ) ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ବାସିନ୍ଦାଙ୍କୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ବିସିସିଏଲ ର ପୁଟକି-ବାଲିହାଟି କୋଲିୟରୀ କ୍ଷେତ୍ରର ମହାପ୍ରବନ୍ଧକ (ଜିଏମ) ଜିସି ସାହା କହିଛନ୍ତି ଯେ ଗ୍ୟାସ ଲିକ୍ ଘଟଣାର ତଦନ୍ତ କରାଯାଇଛି । ଯେଉଁ ଖଣିରୁ ଗ୍ୟାସ ଲିକ୍ ହୋଇଛି ତାହା ଖାଲି କରାଯାଇଛି । ଖଣି ଯେଉଁ ଅଞ୍ଚଳରେ ଅବସ୍ଥିତ ସେହି ଅଞ୍ଚଳକୁ ମଧ୍ୟ ଖାଲି କରାଯାଇଛି । କମ୍ପାନୀ ପୀଡିତମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବ । କମ୍ପାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବ। ହସ୍ପିଟାଲ ଏବଂ ପ୍ରଶାସନ ସହାୟତାରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଯେଉଁମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଆସିବେ ।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..