Report Card Odisha

| Daily Odia News

ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍‌……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ୍‌କୁ ପୋଷ୍ଟ ଅଫିସ୍‌ ଶାଖାଗୁଡ଼ିକ ସ୍ଥାନାନ୍ତରିତ ହେବ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଜୁନ୍‌ ୬ ତାରିଖରେ ଚିଠି କରାଯାଇଥିଲା। ହେଲେ ଗତ ମାସ ୧୭ ତାରିଖ ସୁଦ୍ଧା ରାଜ୍ୟର ୫୭୩ଟି ଶାଖା ପୋଷ୍ଟ ଅଫିସ୍‌ ମଧ୍ୟରୁ ମାତ୍ର ୭୧ଟି ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହୋଇଛି। ଆସନ୍ତା ୨୦ ସୁଦ୍ଧା ବ୍ରାଞ୍ଚ ପୋଷ୍ଟ ଅଫିସ୍‌ ସ୍ଥାନାନ୍ତର କରିବା ଲାଗି ଜିଲାପାଳମାନଙ୍କୁ କୁହାଯାଇଛି। ଏ ସମ୍ପର୍କରେ ଗତ ବୁଧବାର ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସୂର୍ଯ୍ୟ ନାରାୟଣ ଦାଶ ରାଜ୍ୟର ସବୁ ଜିଲାପାଳଙ୍କୁ ଚିଠି ଲେଖି କହିଛନ୍ତି, ଗତ ମାସ ୨୫ ତାରିଖରେ ଓଡ଼ିଶାର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ୍‌ଙ୍କ ଚିଠି ମୁତାବକ ରାଜ୍ୟର ବ୍ରାଞ୍ଚ ପୋଷ୍ଟ ଅଫିସ୍‌ ପ୍ରତି ପଞ୍ଚାୟତ ବିଲ୍ଡିଂ କିମ୍ବା ସିଜିଏଚ୍‌ଏସ୍‌ ସେଣ୍ଟର, ସରକାରୀ ସ୍କୁଲ୍‌, ଅଙ୍ଗନଓ୍ବାଡି କେନ୍ଦ୍ର, ପିଏଚ୍‌ସି କିମ୍ବା ସିଏଚ୍‌ସିରେ ସ୍ଥାନିତ କରିବା ଲାଗି ବ୍ୟବସ୍ଥା କରାଯାଉ। ଏହାଦ୍ୱାରା ଗ୍ରାମାଞ୍ଚଳ ଲୋକମାନେ ପୋଷ୍ଟାଲ୍‌ ସେବା ସହଜରେ ପାଇପାରିବେ। ପୋଷ୍ଟ ଅଫିସ୍‌ ଚଳାଇବା ପାଇଁ ଭଡ଼ା ଦେବାକୁ ପଡ଼ିବ ନାହିଁ।

Breaking News