ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ ମୁଦ୍ରା ନୀତି କମିଟି (ଏମପିସି) ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫% କରିବାକୁ ନିଷ୍ପତ୍ତି ନେଇଛି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଆରବିଆଇ ଏହାର ମନୋଭାବ ନିରପେକ୍ଷ ରଖିଛି ।ଲଗାତାର ଦୁଇଟି ଏମପିସି ହାରକୁ ୫.୫% ରେ ଅପରିବର୍ତ୍ତିତ ରଖିବା ପରେ ରେପୋ ହାର ହ୍ରାସ କରାଯାଇଛି । ଏଲଏଏଫ (ଲିକ୍ଵିଡିଟି ଆଡଜଷ୍ଟମେଣ୍ଟ ଫାସିଲିଟି) ଅଧୀନରେ ଏସଟିଏଫ (ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି) ହାର ୫% ଏବଂ ଏମେସଏଫ (ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି) ଏବଂ ବ୍ୟାଙ୍କ ହାର ୫.୫% ରେ ସଂଯୋଜିତ ହେବ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଏମପିସି ମଧ୍ୟ ନିରପେକ୍ଷ ମନୋଭାବ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……