ରିପୋର୍ଟ କାର୍ଡ / ଭୁବନେଶ୍ଵର
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୧୧ ତାରିଖରେ ଓଡିଆକୁ ଛାଡି ଅନ୍ୟ ସମସ୍ତ ମାତୃଭାଷା ୨୩କୁ ଘୁଞ୍ଚିଛି। ସେହିପରି ସମସ୍ତ ବିଭାଗରେ ମାର୍ଚ୍ଚ ୨୧ ତାରିଖ ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ସୂଚନା ମୂତାବକ ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିବ। ଚଳିତବର୍ଷ ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି।ମୋଟ୍ ୧୩୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ଡିସେମ୍ବର ୧୫ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ସମସ୍ତ ୨୧୦ଟି ହବ୍ ଏଆଇ କ୍ୟାମେରା ସର୍ଭେଲାନ୍ସରେ ରହିବ। ଜାନୁଆରୀ ୨ ତାରିଖରୁ ୧୫ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍ ପରୀକ୍ଷା ହେବ। ପ୍ରଥମଥର ପ୍ରାକ୍ଟିକାଲ ପରୀକ୍ଷାରେ ଓ୍ବେବ୍ କାଷ୍ଟ , ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହେବ। ୪୦ ଦିନରେ ଫଳାଫଳ ପ୍ରକାଶ ପାଇବ। କପି ରୋକିବାକୁ ଏଆଇ ସହାୟତା ନିଆଯିବ।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….