Report Card Odisha

| Daily Odia News

ବ୍ୟାନ୍ ହେଲା ସୋସିଆଲ ମିଡିଆ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି। ଆଜିଠାରୁ ଏହି ନିୟମ ଲାଗୁ ହୋଇଛି। ୧୬ ବର୍ଷରୁ କମ୍ ବୟସର ପିଲା ମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି। ନୂତନ ଆଇନ ଅନୁଯାୟୀ, ଇନଷ୍ଟାଗ୍ରାମ, ଫେସବୁକ୍, ଥ୍ରେଡ୍ସ, ଏକ୍ସ, ସ୍ନାପଚଟ୍, କିକ୍, ଟ୍ୱିଚ୍, ଟିକଟକ୍, ରେଡିଟ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମଗୁଡ଼ିକ ଏବେ କିଶୋରମାନଙ୍କ ପାଇଁ ବନ୍ଦ କରାଯିବ। ଯଦି କେହି ନିୟମ ଭାଙ୍ଗୁଛନ୍ତି, ଏଥିଲାଗି ପିତାମାତା ଏବଂ ପିଲାମାନଙ୍କୁ ଦଣ୍ଡିତ କରାଯିବ ନାହିଁ। ଯେକୌଣସି ଉଲ୍ଲଂଘନ ପାଇଁ ଟେକ୍ କମ୍ପାନୀଗୁଡ଼ିକୁ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ସରକାର କହିଛନ୍ତି ଯେ ଏହି ବ୍ୟାନ ଯୁବପିଢ଼ିଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ତଥାପି, ଅନେକ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏବଂ ଅଭିବ୍ୟକ୍ତି ସ୍ୱାଧୀନତା ପ୍ରବକ୍ତାମାନେ ଏହି ପଦକ୍ଷେପ ଉପରେ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି। ସେପଟେ ଏହି ନୂଆ ଆଇନ୍‌କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍। ଏହାକୁ ‘ପ୍ରାଇଡ୍ ଡେ’ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଇଣ୍ଟରନେଟ୍ ମିଡିଆ ଉପରେ ପ୍ରତିବନ୍ଧକ ପିଲାମାନଙ୍କୁ ସେମାନଙ୍କର ଶୈଶବ ସୁନିଶ୍ଚିତ କରିବ। ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଗତ ବର୍ଷ ସେପ୍ଟେମ୍ବରରେ ଘୋଷଣା କରିଥିଲେ ଯେ ଅଷ୍ଟ୍ରେଲିଆ ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ଲାଗୁ କରିବ।

Breaking News