Report Card Odisha

| Daily Odia News

ସମୟ ଅଛି ଜମି ଫେରାଅ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ମଧ୍ୟ ଆଦାୟ କରାଯିବ। ଜବରଦଖଲକାରୀଙ୍କ ଡାଟାବେସ୍‌ ପ୍ରସ୍ତୁତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ୪ ଡିସିମିଲ ପାଇବେ। ସମୟ ଅଛି ଛାଡ଼ି ଦିଅନ୍ତୁ ବୋଲି ପ୍ରଭାବଶାଳୀଙ୍କୁ କଡ଼ା ଦାଗିଦ୍‌ କରିଛନ୍ତି ମନ୍ତ୍ରୀ।

Breaking News