ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୃଣମୂଳ କଂଗ୍ରେସ (ଟିଏମ୍ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ ଇ-ସିଗାରେଟ୍ ଟାଣିବା ନେଇ ଅଭିଯୋଗ ହୋଇଛି। ବିଜେପି ସଦସ୍ୟ ଅନୁରାଗ ସିଂହ ଠାକୁର ଏ ପ୍ରସଙ୍ଗରେ ବାଚସ୍ପତି ଓମ୍ ବିର୍ଲାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୃହରେ ଇ-ସିଗାରେଟ୍ ଟାଣିବାକୁ କାହାକୁ ଅନୁମତି ଦିଆଯାଇଛି ବୋଲି ଶ୍ରୀ ଠାକୁର ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ବାଚସ୍ପତି ଏପରି ଅନୁମତି କାହାକୁ ଦିଆଯାଇ ନଥିବା କହିଥିଲେ। ଏହା ସହିତ ଯେଉଁମାନେ ଇ-ସିଗାରେଟ୍ ଟାଣୁଛନ୍ତି ସେମାନଙ୍କୁ ଚେତାବନୀ ଦେବା ପୂର୍ବକ ଗୃହର ନିୟମ ପାଳନ କରିବାକୁ ବାଚସ୍ପତି ତାଗିଦା କରିଥିଲେ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..