ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୀବ୍ରତା ରିକ୍ଟର ସ୍କେଲରେ ୬.୭ ରେକର୍ଡ କରାଯାଇଛି। ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ ପୂର୍ବ ଦିଗରେ ସମୁଦ୍ର ଭିତରେ ଥିଲା । ଏହାର ପ୍ରଭାବରେ ଇୱାଟେ ଅଞ୍ଚଳରେ ପ୍ରାୟ ୧ ମିଟର (୩.୩ ଫୁଟ) ଉଚ୍ଚର ସମୁଦ୍ର ଢେଉ ଆସିବାର ସମ୍ଭାବନା ଅଛି । ତେଣୁ ଲୋକମାନଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।ଭାରତୀୟ ସମୟ ସକାଳ ୮ଟା ୧୪ରେ ଏହି ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୧୦.୭ କିଲୋମିଟର ଥିଲା। ଯାହା ଏହାକୁ ବିପଦପୂର୍ଣ୍ଣ କରିଦେଇଥିଲା। ଭୂମିକମ୍ପ ଉପକୂଳ ନିକଟରେ ହୋଇଥିଲା । ବର୍ତ୍ତମାନ୍ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ଭୂମିକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……