ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇଥିବେଳେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ରହୁଛନ୍ତି। ପୀଡ଼ିତାଙ୍କ ମା’, ବାପା ଏକ ଜଳଖ୍ତ୍ଆ ଦୋକାନ କରି ପରିବାର ଚଳାନ୍ତି। ତାଙ୍କ ଦୋକାନ ପାଖରେ ଅଭିଯୁକ୍ତ ନରେଶଙ୍କ ପାନ ଦୋକାନ ରହିଛି। ନରେଶଙ୍କ ସହ ପରିଚୟ ହେବା ପରେ ସେମାନେ ତାଙ୍କୁ ରହିବା ପାଇଁ ଭଡ଼ାଘର ବୁଝିଦେଇଥିଲେ। ନରେଶ ମଝିରେ ମଝିରେ ଅଭିଯୋଗକାରୀଙ୍କ ଘରକୁ ଯିବାରୁ ପୀଡ଼ିତାଙ୍କ ସହ ଚିହ୍ନା ହୋଇଥିଲେ। ଗତ ୪ ତାରିଖରେ ପୀଡ଼ିତାଙ୍କ ମା’ ଓ ବାପା ଦୋକାନକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଧମକଚମକ ଦେଇ ବଳାତ୍କାର କରିଥିଲେ। ସେ ଏକାଧିକ ଥର ବଳାକତ୍ାର କରିଥିବା ଅଭିଯୋଗ ହେଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..