Report Card Odisha

| Daily Odia News

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ । ଏଥିପାଇଁ ଆଜି ମାଟି ତଳୁ ମୃତ ରାମୁ ହାତୀର କଙ୍କାଳ ଖୋଳାଯାଉଛି । ରାମୁ ହାତୀକୁ ଭୁବନେଶ୍ୱର ଭରତପୁର ଜଙ୍ଗଲରେ ପୋତା ଯାଇଥିଲା । ଆଜି ତାହାକୁ ଜେସିବି ମେସିନ ସାହାଯ୍ୟରେ ଖୋଳି କଢାଯାଉଛି । ପ୍ରାଣୀ ବିଜ୍ଞାନୀ ଡ.ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ୍‌ ସାମିଲ ହୋଇଛନ୍ତି । ଗୋଡିବାରି ପ୍ରକୃତି ନିବାସରେ ସଂରକ୍ଷିତ ରଖାଯିବ ରାମୁର କଙ୍କାଳ । ଗତ ୨୦୨୪ ମସିହା ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ସବୁଠୁ ବଡ ଓ ବୟସ୍କ ହାତୀ ଥିଲା ରାମୁ ।

Breaking News