ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ । ଏଥିପାଇଁ ଆଜି ମାଟି ତଳୁ ମୃତ ରାମୁ ହାତୀର କଙ୍କାଳ ଖୋଳାଯାଉଛି । ରାମୁ ହାତୀକୁ ଭୁବନେଶ୍ୱର ଭରତପୁର ଜଙ୍ଗଲରେ ପୋତା ଯାଇଥିଲା । ଆଜି ତାହାକୁ ଜେସିବି ମେସିନ ସାହାଯ୍ୟରେ ଖୋଳି କଢାଯାଉଛି । ପ୍ରାଣୀ ବିଜ୍ଞାନୀ ଡ.ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି । ଗୋଡିବାରି ପ୍ରକୃତି ନିବାସରେ ସଂରକ୍ଷିତ ରଖାଯିବ ରାମୁର କଙ୍କାଳ । ଗତ ୨୦୨୪ ମସିହା ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ସବୁଠୁ ବଡ ଓ ବୟସ୍କ ହାତୀ ଥିଲା ରାମୁ ।






More Stories
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….