ରିପୋର୍ଟ କାର୍ଡ / ନୁଆଦିଲ୍ଲୀ
ଚାଇନା ଏବଂ ଆମେରିକା ମଧ୍ୟରେ ଆରମ୍ଭ ହୋଇଯାଇଛି ଆଖିଦେଖା ଦେଖି | ଯୁକ୍ତରାଷ୍ଟ୍ର ଆମେରିକାରେ ନୂଆ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଚାଇନା ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଦୁଇ ଦେଶର ଅଧିକାରୀମାନେ ପରସ୍ପର ମଧ୍ୟରେ ବାକ୍ଯୁଦ୍ଧରେ ଲାଗିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଚାଇନା ଏବଂ ଆମେରିକାର ସମ୍ପର୍କ ଅପେକ୍ଷା ଜୋ ବାଇଡେନଙ୍କ ସରକାରଙ୍କ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହେବ ବୋଲି ଚର୍ଚ୍ଚାରେ ରହିଥିଲା । ଯାହା ଏବେ ସତ ହେବାରେ ଲାଗିଛି। ଗୁରୁବାର ଆଲାସ୍କରେ ବୈଠକ ଆରମ୍ଭ ହେବା ମାତ୍ରେ ବିଶ୍ୱର ଦୁଇ ବଡ଼ ପ୍ରତିଦ୍ୱନ୍ଦୀ ପରସ୍ପର ମଧ୍ୟରେ ଝଗଡା କରିଥିଲେ। ଆମେରିକା ଏହି ବୈଠକ ପରେ ଅଭିଯୋଗ ଆଣି କହିଛି ଯେ, ଚାଇନା ବୈଠକର ନିୟମ ଉଲ୍ଲଂଘନ କରିଛି। ଚାଇନା ବୈଠକ ପୂର୍ବରୁ କହିଥିଲା ଯେ, ଆମେରିକା ଯଦି ଭାବୁଛି ଚାଇନା ନିଜ ନୀତିରେ ପରିବର୍ତ୍ତନ ଆଣିବ, ତେବେ ଏହା ତା’ର ଭୁଲ୍ ଧାରଣା। ସୂଚନାଯୋଗ୍ୟ, ଏହି ବୈଠକରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସଲିଭାନ ଏବଂ ଚାଇନାର ବରିଷ୍ଠ କୂଟନୀତିଜ୍ଞ ୟାଙ୍ଗ ଜିଏଚି ଏବଂ ରାଜ୍ୟ ପରାମର୍ଶଦାତା ୱାଙ୍ଗ ୟି ଉପସ୍ଥିତ ଥିଲେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..