Report Card Odisha

| Daily Odia News

ମୁକେଶ ଅମ୍ବାନୀଙ୍କ ଘର ମାମଲା:ସଚିନଙ୍କ ସଂପୃକ୍ତି ନେଇ ମିଳୁଛି ପ୍ରମାଣ……

ରିପୋର୍ଟ କାର୍ଡ / ନୁଆଦିଲ୍ଲୀ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ରଖାଯାଇଥିବା ବିସ୍ଫୋରକ ଘଟଣାର ନୂଆ ତଥ୍ୟ ସାମ୍ନାକୁଆସିଛି । ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପୋଲିସ ଅଧିକାରୀ ସଚିବ ୱାଜେଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଏନଆଇଏ ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗଡ କରିଚାଲିଛି। ଏପରିକି ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମାମଲା ସହ ସ୍କର୍ପିଓ ମାଲିକ ମନସୁଖ ହିରେନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମଧ୍ୟ ସଚିନଙ୍କ ସଂପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଏନଆଇଏ ଦାବି କରିଛି, ଫେବ୍ରୁଆରୀ ୧୭ ତାରିଖ ଦିନ ସଚିନ ୱଜେ ଏବଂ ମନସୁଖ ହିରେନ୍‌ ୧୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ। ପୋଲିସ ପାଖରେ ଏହାର ସିସିଟିଭି ଫୁଟେଜ ରହିଛି। ଯେଉଁ ସ୍କର୍ପିଓରେ ବିସ୍ଫୋରକ ଭର୍ତ୍ତି ହୋଇଥିଲା, ତାହା ମନସୁଖ ହିରେନଙ୍କର । ଅନ୍ୟପକ୍ଷେ ମାର୍ଚ୍ଚ ୫ ତାରିଖ ମନସୁଖଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଏନଆଇଏ ଗୁରୁବାର ଆଉ ୨ଟି ଲଗ୍‌ଜୁରୀ କାର ଜବତ କରିଥିଲା ଯାହାକୁ ସଚିବ ୱଜେ ବ୍ୟବହାର କରୁଥିଲେ। ଏଥିମଧ୍ୟରେ ଏକ ପ୍ରାଡୋ ରହିଛି ଯାହା ରତ୍ନାଗିରିର ଜଣେ ଶିବସେନା କାର୍ଯ୍ୟକର୍ତ୍ତା ବିଜୟକୁମାର ଗଣପତ ଭୋଁସଲେଙ୍କ ନାମରେ ରହିଛି। ଅନ୍ୟଟି ମର୍ସିଡିଜ୍‌ ବେଞ୍ଜ । ତେବେ ମନସୁଖଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଏଟିଏସ ଆଜି ସଚିନ ୱାଜେଙ୍କୁ ନିଜ କଷ୍ଟଡିକୁ ନେଇପାରେ। ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରୁଥିବା ଏନଆଇଏ ଏବଂ ଏଟିଏସ ଉଭୟ ଜାଣିବାକୁ ପାଇଛନ୍ତି ଯେ, ଫେବ୍ରୁଆରୀ ୧୭ ତାରିଖ ମନସୁଖ ଏବଂ ସଚିନ ୱାଜେ ମର୍ସିଡିଜ ଭିତରେ ୧୦ ମିନିଟ କାଳ କୌଣସି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ହିରେନ ସାଉଥ ମୁମ୍ବାରରୁ ଏକ ଓଲାକ୍ୟାବ ନେଇ ଆସିଥିଲେ। ସେ କହିଥିଲେ, ମୁଲୁଣ୍ଡ-ଏରୋଲି ରୋଡରେ ତାଙ୍କର ସ୍କର୍ପିଓ ଖରାପ ହୋଇ ଯାଇଥିଲା। ସିସିଟିଭି ଫୁଟେଜରୁ ଜଣାପଡ଼ୁଛି, ସଚିନ ୱଜା ମୁମ୍ବାଇ ପୋଲିସ ହେଡକ୍ୱାଟର୍ସ ସ୍ଥିତ ନିଜ ଅଫିସରୁ ନିଜ ମର୍ସିଡିଜରେ ବାହାରିଥିଲେ। ପରେ ତାଙ୍କର କାରକୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ର ମେନ୍‌ ଟ୍ରାଫିକ ସିଗ୍‌ନାଲ ଉପରେ ଦେଖିବାକୁ ମିଳିଥିଲା। ସିଗ୍‌ନାଲ ଗ୍ରୀନ ହେବା ପରେ ଗାଡି ସେଠାରେ ଛିଡା ହୋଇଥିଲା ଏବଂ ପାର୍କିଂ ଲାଇଟ ଅନ୍‌ଥିଲା। କିଛି ସମୟ ପରେ ହିରେନ ରୋଡ କ୍ରସ କରି ମର୍ସିଡିଜ୍‌ରେ ବସିଥିଲେ। ପରେ ମର୍ସିଡିଜକୁ ରାସ୍ତାର ଗୋଟିଏ ପାଖରେ ପାର୍କିଂ କରିଥିବା ଦେଖିବାକୁ ମିଳିଥିଲା। ୧୦ ମିନିଟ୍‌ ପରେ ହିରେନ ଗାଡିରୁ ବାହାରି ଚାଲି ଯାଇଥିଲେ। ଏହା ପରେ ଅନ୍ୟ ଏକ ଫୁଟେଜ୍‌ରେ ପୋଲିସ ହେଡକ୍ୱାଟର୍ସରେ ୱାଜେଙ୍କ ମର୍ସିଡିଜ୍‌ ପଶୁଥିବା ଦେଖିବାକୁ ମିଳିଛି। ହିରେନଙ୍କୁ ସିଏସଏମଟି ପର୍ଯ୍ୟନ୍ତ ନେଇ ଯାଇଥିବା ଓଲା କ୍ୟାବ ଡ୍ରାଇଭରକୁ ଏନଆଇଏ ଠାବ କରିଛି। ପଚରାଉଚରା ପରେ ଡ୍ରାଇଭର କହିଛନ୍ତି, ଯାତ୍ରା ସମୟରେ ହିରେନ୍‌ଙ୍କ ପାଖକୁ ୫ଟି ‍ଫୋନ କଲ ଆସିଥିଲା। କୁହାଯାଉଛି, ଏହି କଲ୍‌ ୱାଜେ କରିଥିଲେ। ପ୍ରଥମେ ତାଙ୍କୁ ପୋଲିସ ମୁଖ୍ୟାଳୟରର ଅପରପାର୍ଶ୍ୱରେ ଥିବା ରୂପମ୍‌ ଶୋରୁମ୍‌ ବାହାରେ ଦେଖା କରିବାକୁ କୁହାଯାଇଥିଲା। କିନ୍ତୁ ଶେଷ କଲ୍‌ରେ ଜାଗା ପରିବର୍ତ୍ତନ କରି ସିଏସଏମଟିକୁ ଆସିବା ପାଇଁ କୁହାଯାଇଥିଲା।

Breaking News