Report Card Odisha

| Daily Odia News

ବସ୍‌ରେ ଅଗ୍ନିକାଣ୍ଡ,୪ ମୃତ ୨୫ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଘନ କୁହୁଡି ପାଇଁ ଉତ୍ତରପ୍ରଦେଶରେ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳର ୨୫ ଜଣ ଆହତ ହୋଇଥିବା ସୂଚନା ରହିଛି ।ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେର ମଥୁରାରେ ଆଜି ସକାଳେ ଘନ କୁହୁଡି ପାଇଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ମଥୁରା ପୋଲିସର ସୂଚନା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ୧୨୭ନମ୍ବର ମାଇଲଷ୍ଟୋନ୍ ରେ ଏକ ବସ୍‌ ଧକ୍କା ହୋଇଥିଲା । ପରେ ସାତୋଟି ବସ୍ ଏବଂ ତିନୋଟି ଛୋଟ ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପିନ ପଠା ଯାଇଥିବା ମଥୁରା ଏସପି ସୂଚନା ଦେଇଛନ୍ତି । ସୁରକ୍ଷିତ ଯାତ୍ରୀମାନଙ୍କୁ ସରକାରୀ ଗାଡ଼ିରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛନ୍ତି । ତେବେ ଘଟଣାରେ କେହି ଗୁରୁତର ହୋଇ ନଥିବା ସୂଚନା ରହିଛି । ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା କରିବାକୁ ମୁଁ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ମୁଁ ପ୍ରଭୁ ରାମଙ୍କୁ ଦିବଙ୍ଗତ ଆତ୍ମାକୁ ଶାନ୍ତି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ ପ୍ରଦାନ କରିବାକୁ ପ୍ରାର୍ଥନା କରୁଛି ।

Breaking News