ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧଉଳି ଗଣଦୁଷ୍କର୍ମ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଇତି ମଧ୍ୟରେ ପୋଲିସ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି କ୍ରାଇମ ସ୍ପଟ୍ରେ ପହଞ୍ଚିଛନ୍ତି ମହିଳା କମିଶନ ସଦସ୍ୟା। ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ କରିବା ପରେ କ୍ରାଇମ୍ ସ୍ପଟ୍ ରେ ପହଞ୍ଚିଥିଲେ। ଘଟଣାକୁ ଗୁରୁତର ସହ ନିଆଯାଇଛି ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ ବୋଲି କହିଛନ୍ତି।
ସୂଚନା ମୂତାବକ ଧଉଳି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖରେ ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଦୟାନଦୀ ପଠାକୁ ଯାଇଥିଲେ । ଏତିକି ବେଳେ ତିନିଜଣ ସେଠାରେ ପହଞ୍ଚି ସେଠାରୁ ସେମାନଙ୍କୁ ଲୁଟ୍ କରିଥିଲେ। ପରେ ସେମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି । ଏଥିରେ ପୀଡିତାଙ୍କର ବୟାନ ଅଦାଲତରେ ରେକର୍ଡ କରାଯାଇଛି । ପ୍ରଥମେ ପୀଡିତା ପ୍ରଥମେ ଲୁଟ୍ କଥା ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ପୀଡିତା ଭୟରେ ଦୁଷ୍କର୍ମ କଥା କହିନଥିଲେ । ପରେ ପୋଲିସ ତଦନ୍ତକୁ ଦୁଷ୍କର୍ମ କଥା ଜାଣି ପାରିଥିଲା । ଏହାପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..