ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରତ୍ନସିଂହାସନରେ ମହାପ୍ରଭୁଙ୍କ ଫଟୋ ହୋଇଛି ଭାଇରାଲ । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଆଶୀର୍ବାଦ୯୪୫ ଆଇଡିରୁ ଏକ ଫଟୋ ଭାଇରାଲ ହୋଇଥିବା ଜଣାପଡିଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଏବଂ ବାହାରେ ନିଜ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିôବାକୁ ମିଳିଛି । ଯାଞ୍ଚ ସତ୍ୱେ ମୋବାଇଲ କିପରି ଶ୍ରୀଗନ୍ଦିର ଭିତରକୁ ଯାଉଛି ତାହାକୁ ନେଇ ସବୁଠୁ ବଡ ପ୍ରଶ୍ନ ଉଠିଛି । ଥରେ ନୁହେଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।






More Stories
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..
ବଜେଟ ରେ ସଂସ୍କାର କୁ ଗୁରୁତ୍ବ…..