ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏବେ ସରକାରୀ କିମ୍ବା ବେସରକାୀ ସମସ୍ତ ପ୍ରତିଷ୍ଠାନର ୫୦ପ୍ରତିଶତ କର୍ମଚାରୀଙ୍କ ପାଇଁ ଘରୁ କାମ କରିବା ବାଧ୍ୟତାମୂଳକ ହେବ । ସରକାର ଚେତାବନୀ ଦେଇଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ପାଳନ କଲେ ଭାରି ଜୋରିମାନା ଦେବାକୁ ପଡିବ । ଏହା ହସ୍ପିଟାଲ, ଜେଲ, ସାର୍ବଜନୀନ ପରିବହନ, ଜଙ୍ଗଲ ଏବଂ ଜଳ ବୋର୍ଡ ଭଳି ସେବର ପାଇଁ ପ୍ରଯୁଜ୍ୟ ହେବ ନାହିଁ ।ବୃଦ୍ଧି ପାଉଥିବା AQI ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଅନୁଯାୟୀ, ନିର୍ମାଣ ଶ୍ରମିକମାନଙ୍କୁ ୧୬ ଦିନ ପାଇଁ ୧୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ। ଦିଲ୍ଲୀ ସରକାର ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ସେମାନେ କୌଣସି ଆର୍ଥିକ କ୍ଷତି ସହିବେ ନାହିଁ। ସମସ୍ତ ଯାଞ୍ଚ ହୋଇଥିବା ଶ୍ରମିକ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ପେମେଣ୍ଟ ପାଇବେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
ଏହି ଦେଶ ଉପରେ କଟକଣା ଲଗାଇଲା ଆମେରିକା…..