ରିପୋର୍ଟ କାର୍ଡ / ଜୟପୁର
ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଦଶମନ୍ତପୁର ଥାନା ଅଧିକାରୀ ସୁଷମା ହାଁସଦା କୌଣସି ଏକ ମାମଲାର ରଫା ଦଫା କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବର୍ତ୍ତମାନ ଦଶମନ୍ତପୁର ଥାନା ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାଯାଇଛି।






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..