Report Card Odisha

| Daily Odia News

ବିରୋଧ ମଧ୍ୟରେ ଭିବି-ଜି ରାମ୍-ଜି ବିଲ୍ ପାସ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବହୁ ବିରୋଧ ପରେ ଲୋକସଭାରେ ପାରିତ ହେଲା ଭିବି-ଜି ରାମ୍-ଜି ବିଲ୍ । ଗ୍ରାମୀଣ ନିଯୁକ୍ତି ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳଗୁଡ଼ିକର ବିରୋଧ ମଧ୍ୟରେ ଲୋକସଭାରେ ଆଜି ପାରିତ ହୋଇଛି ବିଲ୍ । ୟୁପିଏ ସରକାର ସମୟରୁ ପ୍ରଚଳିତ ମନରେଗା ଯୋଜନାର ନାମ ପରିବର୍ତ୍ତନ କରାଯିବାକୁ ନେଇ ଚଳିତ ଅଧିବେଶନ ଆରମ୍ଭରୁ ଉଭୟ ଶାସକ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଉସ୍ମତା ଦେଖା ଦେଇଥିଲା ।ଗ୍ରାମୀଣ ନିଯୁକ୍ତି ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳଗୁଡ଼ିକର ବିରୋଧ ମଧ୍ୟରେ ଲୋକସଭାରେ ଭିବି-ଜି ରାମ୍-ଜି ବିଲ୍ବିଲ୍, ୨୦୨୫ ପାସ୍ କରିଛି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଂସଦରେ ଭାଷଣ ଦେବା ସମୟରେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି କହିଥିଲେ ଯେ ନିର୍ବାଚନ ଯୋଗୁଁ ପୂର୍ବ ଏନଆରଇଜିଏ(NREGA) ଆଇନରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡା ଯାଇଥିଲା । ୨୦୦୯ ନିର୍ବାଚନକୁ ଆଖି ଆଗରେ ରଖି ଏନଆରଇଜିଏରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡା ଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ । ଅଲୋଚନା ସମୟରେ ଅନେକ ବିରୋଧ ଦେଖିବାକୁ ମିଳିଥିଲା । ବିଶେଷ କରି ବିରୋଧୀ ସାଂସଦ ମାନେ ଯୋଜନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବାକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗତ ୧୬ତାରିଖରେ ପ୍ରସ୍ତାବ ଗୃହୀତ ସମୟରେ ଗୃହରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁର ପ୍ରବଳ ବିରୋଧ କରିଥିଲେ । ଫଳରେ ଗୃହ ମୁଲତବୀ ରହିବା ସହ ସାଂସଦ ମାନେ ସଂସଦ ପରିସରେକ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

Breaking News