ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆର ମୁଖ୍ୟ ଜାଭା ଦ୍ୱୀପରେ ରବିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସନ୍ଧାନ ଏବଂ ଉଦ୍ଧାର ସଂସ୍ଥାର ମୁଖ୍ୟ ବୁଡିଓନୋଙ୍କ କହିବା ମୂତାବକ ଯାତ୍ରୀବାହୀ ବସ୍ଟି ୩୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ବସ୍ ଟୋଲରୋଡ୍ ନିକଟରେ ଭାରସାମ୍ୟ ହରାଇ କଂକ୍ରିଟ୍ ବାରିୟରରେ ଧକ୍କା ହେବା ପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାର ପ୍ରାୟ ୪୦ ମିନିଟ୍ ପରେ ପୁଲିସ୍ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..