Report Card Odisha

| Daily Odia News

ଆଜିଠାରୁ ବରଗଡ଼ ଧନୁଯାତ୍ରା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ବରଗଡ଼ ଧନୁଯାତ୍ରା । ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ ଯାତ୍ରା । ବରଗଡ଼ ପାଲଟିବ ମଥୁରା ଓ ଅମ୍ବାପାଲ୍ଲୀ ପାଲଟିବ ଗୋପପୁର । ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ଣ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ଯା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହାପରେ ଧନୁଯାତ୍ରାର ପ୍ରଥମ ଦୃଶ୍ଯ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଦେବକୀଙ୍କୁ ରଥରେ ନେଇ ଯିବାବେଳେ ଦୈବବାଣୀ ଶୁଣିବ କଂସ । ଏହାପରେ ଉଗ୍ରସେନଙ୍କୁ ଗାଦିଚ୍ଯୁତ କରି ସିଂହାସନ ଆରୋହଣ କରିବା ସହ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦି କରିବ କଂସ ମହାରାଜା । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଚଳିତ ଧନୁଯାତ୍ରାରେ ୨୨ ରୁ ଅଧିକ ମଞ୍ଚରେ ୨୦୦ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିବେ । ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଭିନ୍ନ ଭିନ୍ନ ଝୁଲା ସହିତ ମୀନାବଜାର ଓ ବ୍ୟବସାୟୀ ମାନେ ଆସର ପକାଇଲେଣି । ଏଥର ୧୫ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯିବା ସହ ବିଭିନ୍ନ ରାସ୍ତାକୁ ୱାନ ୱେ କରାଯାଇଛି । ଚୋରି ଡକାୟତି ସହ ଅସାମାଜିକ କାର୍ଯ୍ୟକଳାପକୁ ରୋକିବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Breaking News