ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବଇ ନଗର ନିର୍ବାଚନ ପୂର୍ବରୁ ଏକାଠି ନିର୍ବାଚନ ଲଢିବାକୁ ମେଣ୍ଟ ଘୋଷଣା କଲେ ଦୁଇଭାଇ ରାଜ ଠାକରେ ଓ ଉଦ୍ଧବ ଠାକରେ । ଏହା ସହ ମୁମ୍ବଇର ମେୟର ପଦ ପାଇଁ ମରାଠୀ ସମ୍ପ୍ରଦାୟ ରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି ।୨୦ବର୍ଷ ପରେ ମହାରାଷ୍ଟ୍ର ରାଜନୀତିରେ ଭିନ୍ନଦୃଶ୍ୟ ଦେଖିବାକୁ ମିଳିଛି । ଅଗାମି ବିଏମସି ନିର୍ବାଚନ ଲଢିବାକୁ ମେଣ୍ଟ ଘୋଷଣା କରିଛନ୍ତି ରାଜ ଠାକରେ ଓ ଉଦ୍ଧବ ଠାକରେ । ପ୍ରଥମେ ବାଲାସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମେଣ୍ଟ ଘୋଷଣା କରିଥିଲେ । ବିମସି ନିର୍ବାଚନରେ ରାଜ ଠାକରେଙ୍କ ଦଳ ଏମଏନଏସ ଓ ଉଦ୍ଧବ ଠାକରେଙ୍କ ୟୁବିଟି ଦଳ ଏକାଠି ଲଢିବାକୁ ମେଣ୍ଟ ଘୋଷଣା କରିଛନ୍ତି । ମେଣ୍ଟ ଘୋଷଣା କରି ରାଜ କହିଛନ୍ତି, ମହାରାଷ୍ଟ୍ର ଦୀର୍ଘ ସମୟ ଧରି ଏହି ସମୟକୁ ଅପେକ୍ଷା କରିଥିଲା । ଆଜି ଆମେ ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରୁଛୁ । ଉଦ୍ଧବ କହିଛନ୍ତି, ଆମେ ଏକାଠି ରହିବା ପାଇଁ ଏକାଠି ହୋଇଛୁ । ଉଦ୍ଧବ ଏହା ମଧ୍ୟ କହିଛନ୍ତି ଯେ ମରାଠୀ ମାନଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରାଯିବ । ମହାରାଷ୍ଟ୍ରର ସମସ୍ୟାକୁ ସର୍ବବୃହତ ପ୍ରାଥମିକତା ଭାବରେ ରଖାଯାଇଛି । ରାଜ କହିଛନ୍ତି, କଳହ ଅପେକ୍ଷା ମହାରାଷ୍ଟ୍ର ବଡ଼ । ଜଣେ ମରାଠୀ ମୁମ୍ବାଇର ମେୟର ହେବେ ।ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗ ବୃହନ୍ମୁମ୍ବଇ ମହାନଗର ନିଗମ (ବିଏମସି) ସମେତ ରାଜ୍ୟର ୨୯ଟି ମହାନଗର ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଜାନୁଆରୀ ୧୫ରେ ମତଦାନ କରାଯିବ ଏବଂ ଜାନୁଆରୀ ୧୬ରେ ଗଣତି ହେବ । ମିଳିଥିବା ତଥ୍ୟ ଅନୁଯାୟୀ ବିଏମସିର ମୋଟ ୨୨୭ ଅସନରୁ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୧୫୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ରାଜଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ବାକି ୭୭ଟି ଆସନରେ ପ୍ରାର୍ଥୀ ଦେବ ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……