Report Card Odisha

| Daily Odia News

ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ଗମ୍ଭୀର ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରି, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ ହୋଇଛି । ଏହାସହ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୁକ୍ତି ଉପରେ ପ୍ରଶ୍ନ ଉଠାଇ ବିକଳ୍ପ ଏବଂ ଜୈବ ଇନ୍ଧନରେ ଅଧିକ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ ଦେଇଛନ୍ତି । ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଶ୍ରୀ ଗଡକରୀ କହିଛନ୍ତି ଯେ ପ୍ରଦୂଷିତ ବାୟୁ ଯୋଗୁଁ ମାତ୍ର ଦୁଇ ଦିନ ଜାତୀୟ ରାଜଧାନୀରେ ରହିବା ପରେ ସେ ସଂକ୍ରମଣ ଅନୁଭବ କରୁଛନ୍ତି । ମୁଁ ଦିଲ୍ଲୀରେ ମାତ୍ର ଦୁଇ ଦିନ ରହି ସଂକ୍ରମଣ ପାଉଛି । ଦିଲ୍ଲୀ ପ୍ରଦୂଷଣରୁ ଏତେ କଷ୍ଟ ପାଉଛି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ଶ୍ରୀ ଗଡକାରୀ କହିଥିଲେ ଯେ, ମୁଁ ପରିବହନ ମନ୍ତ୍ରୀ, ଏବଂ ୪୦% ପ୍ରଦୂଷଣ ଆମ ଦ୍ୱାରା ହୋଇଛି । ଆମେ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ୨୨ଲକ୍ଷ କୋଟି ଖର୍ଚ୍ଚ କରୁଛୁ । ଏହା କି ପ୍ରକାରର ରାଷ୍ଟ୍ରବାଦ ? ଏତେ ଟଙ୍କା ଖର୍ଚ୍ଚ କରି ଆମେ ଆମ ନିଜ ଦେଶକୁ ପ୍ରଦୂଷଣ କରୁଛୁ । କ’ଣ ଆମେ ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନରେ ଆତ୍ମନିର୍ଭରଶୀଳ ହୋଇପାରିବା ନାହିଁ ବୋଲି ଶ୍ରୀ ଗଡକରୀ ପଚାରିଥିଲେ । ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ITO ଅଞ୍ଚଳ ଚାରିପାଖରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୭୪ ରେ ରେକର୍ଡ କରାଯାଇଥିଲା, ଯାହାକୁ ‘ଅତ୍ୟନ୍ତ ଖରାପ’ ଭାବରେ ବର୍ଗୀକୃତ କରାଯାଇଛି ।

Breaking News