ରିପୋର୍ଟ କାର୍ଡ / ଭଦ୍ରକ
ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ। ପୀଡିତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଉଛି। ସେପଟେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଜାରି ରଖିଛି। ସେପଟେ ମୃତକଙ୍କୁ ନ୍ୟାୟ ଦାବିରେ ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡ ରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି |






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..