ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶରେ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଥିବା ୩ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରିଛନ୍ତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ୩ ଏୟାରଲାଇନ୍ସ ଦଳ ସହ ସାକ୍ଷାତ କରିଥିଲେ। ଶଙ୍ଖ ଏୟାରକୁ ପୂର୍ବରୁ ଏନଓସି ମିଳିସାରିଥିଲା। ତେବେ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଚଳିତ ସପ୍ତାହରେ ଅନୁମତି ପ୍ରଦାନ କରାଯାଇଛି। ଏବେ ଏହି କମ୍ପାନୀମାନେ ଆଗାମୀ କିଛି ପ୍ରକ୍ରିୟା ପୂରା କରିବା ପରେ ବ୍ୟାବସାୟିକ ଉଡାଣ ପାଇଁ ପ୍ରସ୍ତୁତ ହୋଇପାରିବେ।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..