ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶରେ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଥିବା ୩ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରିଛନ୍ତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ୩ ଏୟାରଲାଇନ୍ସ ଦଳ ସହ ସାକ୍ଷାତ କରିଥିଲେ। ଶଙ୍ଖ ଏୟାରକୁ ପୂର୍ବରୁ ଏନଓସି ମିଳିସାରିଥିଲା। ତେବେ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଚଳିତ ସପ୍ତାହରେ ଅନୁମତି ପ୍ରଦାନ କରାଯାଇଛି। ଏବେ ଏହି କମ୍ପାନୀମାନେ ଆଗାମୀ କିଛି ପ୍ରକ୍ରିୟା ପୂରା କରିବା ପରେ ବ୍ୟାବସାୟିକ ଉଡାଣ ପାଇଁ ପ୍ରସ୍ତୁତ ହୋଇପାରିବେ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..