ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ଜୟପୁର ନିକଟରେ ଏକ ମସଜିଦ ନିକଟରେ ହିଂସା ଦେଖିବାକୁ ମିଳିଛି । ଜବରଦଖଲ ଉଚ୍ଛେଦ ସମୟରେ ପୋଲିସ ଉପରକୁ ପଥର ମାଡ଼ ହୋଇଛି । ଶାନ୍ତି ଫେରାଇବାକୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ । ସୂଚନା ଅନୁଯାୟୀ ଜଯପୁର ନିକଟସ୍ଥ ଚୋମୁ ସହର କଲନ୍ଦରୀ ମସଜିଦ ନିକଟରେ ଘଟିଛି । ଘଟଣା ସ୍ଥଳରେ କିଛି ଦିନ ଧରି ଜବରଦଖଲକୁ ନେଇ ବିବାଦ ଚାଲିଥିଲା । ଆଜି ସକଳ ପ୍ରାୟ ୩ଟା ସମୟରେ ପୋଲିସ ଜବରଦଖଲ ଉଚ୍ଛେଦ କରି ପଥର ଉଠାଇଥିଲା । ଏହି ସମୟରେ ହଠାତ ଏକ ଭିଡ଼ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉପରକୁ ପଥର ମାଡ଼ କରିଥିଲେ । ଯାହା ଫଳରେ ପୋଲିସ ଅଧିକାରୀମାନେ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ । ଘଟଣା ପରେ ଚୋମୁ ସହରର କିଛି ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ୨୪ ଘଣ୍ଟା ପାଇଁ ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି | ଘଟଣାରେ ଅଭିଯୁକ୍ତମାନଙ୍କୁ ସେମାନଙ୍କ ଘରୁ ଗିରଫ କରାଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ବଳ ମୃତୟନ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଏବଂ ନିୟନ୍ତ୍ରଣରେ ରହିଥିବା ସ୍ଥାନୀୟ ପୋଲିସ କହିଛନ୍ତି । ଏହାସହ ଶାନ୍ତ ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ଏହି ବ୍ୟକ୍ତିମାନେ ପଥର ଫିଙ୍ଗାଳିଙ୍କ ସହ ଜଡିତ ଥିଲେ । ସାମ୍ପ୍ରଦାୟିକ ସଦ୍ଭାବନାକୁ ବିଗାଡ଼ିବା ପ୍ରୟାସକୁ ଅଟକାଇବାକୁ ସେମାନଙ୍କୁ ଗିରଫ କରାଯାଇଛି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..