Report Card Odisha

| Daily Odia News

ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଟକରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ଖୋଲା ମଞ୍ଚରେ ପ୍ରଭାତ ବିଶ୍ୱାଳଙ୍କ ବଡ ବୟାନ । ପ୍ରଭାତ ବିଶ୍ୱାଳ ପାଣ୍ଡିଆନ ଦମ୍ପତ୍ତିଙ୍କୁ ଖୋଲାଖୋଲି ଭାବେ ପ୍ରଶଂସା କରିଛନ୍ତି । ସେ କିଛି ବିଜେଡି ନେତାଙ୍କୁ ଟାର୍ଗେଟ କରିବା କରି କହିଛନ୍ତି ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରନ୍ତୁ ନାହିଁ । ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନେଇ ବର୍ଷିଛନ୍ତି ପ୍ରଭାତ ବିଶ୍ୱାଳ । ହାରି ଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ, ନିଜ ନିର୍ବାଚନମଣ୍ଡଳୀ ଜଗନ୍ତୁ । ଦଳ ବିଷୟରେ ମୁଣ୍ଡ ପୁରାନ୍ତୁ ନାହିଁ, ମେ ୨୯ର ଚକ୍ରାନ୍ତ ହୁ ହୁ ହୋଇ ଜଳୁଛି’ । ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି । ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢ଼ିଥିଲା । ଲୋକଙ୍କ ସେବା ପାଇଁ ସେ ଆଇଏଏସ୍‌ ଭଳି ଚାକିରି ଛାଡ଼ିଛନ୍ତି । ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି । ସୁଜାତା କାର୍ତ୍ତିକେୟନଙ୍କ ଯଥେଷ୍ଟ ଅବଦାନ ଅଛି, ତାଙ୍କୁ ରାଜ୍ୟସଭା ପଠାଯାଉ’ ବୋଲି ପ୍ରଭାତ କହିଛନ୍ତି ।

Breaking News