ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯଦି ଆପଣଙ୍କର ଚାଲାଣ କଟିଛି ତେବେ ଆପଣ ଅନଲାଇନ ସହିତ ଏବେ ଅଫଲାଇନରେ ବି ପୈଠ କରିପାରିବେ । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ । ଏଥିପାଇଁ ଆଞ୍ଚଳି ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ ଓଟିପି ପାଉନଥିବା ଗାଡି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳରେ ଲୋକଙ୍କ ପାଇଁ ଅଫଲାଇନ ସହାୟକ ହେବ ବୋଲି କୁହାଯାଇଛି । ଅନଲାଇନରେ ପୂର୍ବଭଳିhttps://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ ।






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..