ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଇଲାମାଞ୍ଚିଲି ଷ୍ଟେସନରେ ଏଭଳି ଅଘଟଣ ଘଟିଥିଲା। ଏକ୍ସପ୍ରେସ୍ଟି ବିଶାଖାପାଟଣାରୁ ଦୁଭାଦାକୁ ଯାଉଥିଲା। ଏକ୍ସପ୍ରେସ୍ ର ଦୁଇଟି ଏସି ବଗିରେ ନିଆଁ ଲାଗିଯିବାରୁ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଅନେକ ଯାତ୍ରୀ ଖସିଯିବାରେ ସଫଳ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟାଟାନଗରରୁ ବିଶାଖାପାଟଣା ଜିଲ୍ଲା ଦେଇ ଏର୍ଣ୍ଣାକୁଲମ ଯାଉଥିବା ଟ୍ରେନ୍ ଟି ଡୁଭୱାଡା ଅତିକ୍ରମ କରିବା ପରେ ରାତି ପ୍ରାୟ ୧.୩୦ ସମୟରେ ନିଆଁ ଲାଗିଯାଇଥିଲା। ଦୁଇଟି ଏସି କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..