ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆବର୍ଷ ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି । ଏହାରି ଭିତରେ ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ଟ୍ବିନ୍ ସିଟି ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂ । କମିଶନର କହିଛନ୍ତି ଯେ, ଜିରୋ ନାଇଟ୍ରେ ମଦ ପିଇ ଗାଡ଼ି ଡ୍ରାଇଭ କଲେ କାର୍ଯ୍ୟାନୁଷ୍ଠାନ ହେବ । ଯଦି କେହି ଅମାନିଆ ହୁଅନ୍ତି ଗାଡ଼ି ସିଜ୍ ସହ କୋର୍ଟ ଚାଲାଣ କରାଯିବ । ଟ୍ବିନସିଟିରେ ୧୮ଟି ସ୍ଥାନରେ ଲାଗିବ ନାକା, ୨୯ଟି ସ୍ଥାନ ଉପରେ ନଜର ରହିବ । ୫ଟି QRT ଟିମ୍ ମଧ୍ୟ ସଜାଗ ରହିବ । ୧୮ ପ୍ଲାଟୁନ ଫୋର୍ସ ସୁରକ୍ଷା ଦୟିତ୍ବରେ ରହିବେ । ଜିରୋ ନାଇଟ୍ରେ ରାତି ୧୨ଟା ପରେ ମ୍ୟୁଜିକ୍ ମନା ବୋଲି କହି ଚେତାବନୀ ଦେଇଛନ୍ତି ଟ୍ବିନସିଟି ପୋଲିସ କମିଶନର ।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..