Report Card Odisha

| Daily Odia News

ବଢ଼ିଲା ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲୋକଙ୍କ ଅସୁବିଧାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି। ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ବାନ କରୁଛୁ। ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ଅଗ୍ରାଧିକାର ଦେବୁ। ଗ୍ରୀନ୍‌ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା । ଯେଉଁମାନେ PUCC କରି ସାରିଛନ୍ତି, ସେମାନେ ଷ୍ଟିକର RTOରୁ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

Breaking News