ରିପୋର୍ଟ କାର୍ଡ / କଟକ
ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ ନେଇ ମୋକିମ ଏକ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜେଡି ଭିତରେ କନ୍ଦଳ ଲାଗି ରହିଛି, ରାଜ୍ୟସଭା ନିର୍ବାଚନରେ ଏହା ସ୍ପଷ୍ଟ ହେବ। ଅସନ୍ତୁଷ୍ଟ ନେତା ନୂଆଦଳ ଗଢୁଛନ୍ତି ନା କେବଳ ବୟାନରେ ସୀମିତ ତାକୁ ଅପେକ୍ଷା ରହିଛି।କଂଗ୍ରେସର ବହୁ ଉତ୍ସାହୀ ବ୍ୟକ୍ତିତ୍ୱ ଦିଗହରା ହୋଇଛନ୍ତି। କଂଗ୍ରେସରୁ ଭାଜପାକୁ ଯାଇଥିବା ନେତା ପଦପଦବୀ ପାଇ ନାହାନ୍ତି। ତେଣୁ ନୂଆ ବର୍ଷ ନୂଆ ସମ୍ଭାବନା ନେଇ ଆସୁ, ସମସ୍ତେ ଏହା ଚାହାନ୍ତି। ଗୋଟିଏ ପୋଷ୍ଟରରେ ଝିଅ ସୋଫିଆଙ୍କ ସହ ଫଟୋକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, କେହି ଶୁଭେଚ୍ଛୁ ଲଗାଇ ଥାଇପାରନ୍ତି ଏଥିରେ କୌଣସି ଅସୁବିଧା ନାହିଁ ବୋଲି ମୋକିମ କହିଛନ୍ତି।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..