ରିପୋର୍ଟ କାର୍ଡ / ପୁରୀ
ବିଦାୟ ନେଇଛି ବର୍ଷ ୨୦୨୫, ଆସିଛି ବର୍ଷ ୨୦୨୬ । ସବୁଠି ଇଂରାଜୀ ନବବର୍ଷକୁ ସ୍ୱାଗତ କରାଯାଉଛି । ପଲ୍ଲୀରୁ ଦିଲ୍ଲୀ ଉତ୍ସବର ମାହୋଲ । ତେବେ ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ । ନୂଆବର୍ଷ ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲିଛି । ନୀତିକାନ୍ତି ପରେ ଦର୍ଶନ ଚାଲିଛି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରୁ ବି ଦର୍ଶକଙ୍କ ସମାଗମ ହୋଇଛି । ବିଶ୍ୱାସ ଅଛି ଜଗନ୍ନାଥଙ୍କ ଦର୍ଶନ କଲେ ପରିବାରର ମଙ୍ଗଳ କାମନା ହୁଏ । ନୂଆବର୍ଷ ସୁଖ ସମୃଦ୍ଧିରେ କଟିବାକୁ କାମନା କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଆଶିଷ ମିଳିଲେ ହସଖୁସିରେ ବର୍ଷ କଟିଯିବ ବୋଲି ବିଶ୍ୱାସ ରହିଛି । ସେଇଥିପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସିଛନ୍ତି ପୁରୀକୁ ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..