ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ଖରଗୋନ୍ ଜିଲାରେ ନର୍ମଦା ନଦୀକୂଳରୁ ପ୍ରାୟ ୨୦୦ ଶୁଆଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏତେ ସଂଖ୍ୟକ ଶୁଆ ମରିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେମାନେ ବାର୍ଡ-ଫ୍ଲୁ ସଂକ୍ରମଣ ଆଶଙ୍କା କରୁଥିବାବେଳେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏଭଳି ଆଶଙ୍କାକୁ ଖଣ୍ଡନ କରାଯାଇଛି। ତେବେ ଖାଦ୍ୟରେ ବିଷ ପ୍ରକ୍ରିୟା ଯୋଗୁଁ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ଏମାନଙ୍କ ପାକସ୍ତଳୀରୁ ଚାଉଳ ଏବଂ ଛୋଟ ପଥର ବାହାରିଥିବା ଜଣାପଡିଛି। ଅଧିକ ପରୀକ୍ଷା ନିମନ୍ତେ ମୃତ ଶୁଆଙ୍କ ଭିସେରାକୁ ଜବଲପୁରସ୍ଥିତ ଲ୍ୟାବ୍କୁ ପଠାଯାଇଛି। ବନ ବିଭାଗ ଅଧିକାରୀମାନେ ନର୍ମଦା ନଦୀର ଉକ୍ତ ସ୍ଥାନକୁ ସିଲ୍ କରିଛନ୍ତି। ଲୋକେ ସାଧାରଣତଃ କାଉ, ପାରା, ଶୁଆ ଏବଂ ଅନ୍ୟ ପକ୍ଷୀଙ୍କୁ ଖାଦ୍ୟ ଖାଇବାକୁ ଦେଇଥାନ୍ତି। ଧାନବିଲ କିମ୍ବା ଅନ୍ୟ ଚାଷଜମିରେ ଏମାନଙ୍କୁ ଖାଦ୍ୟ ଦିଆଗଲେ, ବିଷାକ୍ତ ସାରର ପ୍ରଭାବ ପଡିବା ନିଶ୍ଚିତ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..