Report Card Odisha

| Daily Odia News

ଆତ୍ମସମର୍ପଣ କଲେ ୨୬ ମାଓବାଦୀ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଓବାଦୀଙ୍କ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍‌କୁ ବଡ ଝଟକା ଲାଗିଛି । ଆଜି ଛତିଶଗଡ଼ ସୁକମା ଏସ୍‌ପିଙ୍କ ନିକଟରେ ଏହି ଡିଭିଜନ୍‌ର ୨୬ଜଣ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ଏହି ୨୬ଜଣ ହାର୍ଡକୋର ମାଓବାଦୀଙ୍କ ଉପରେ ୬୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଓଡିଶା ଏବଂ ସୁକମା ଅଞ୍ଚଳରେ ସକ୍ରିୟ ରହି ହିଂସାକାଣ୍ଡ ଘଟାଉଥିଲେ । ଆଜି ୧୦ଲକ୍ଷ ପୁରସ୍କାର ଘୋଷିତ ସିଆର୍‌ସି କମ୍ପାନିର ଡେପୁଟି କମାଣ୍ଡର ଲାଲି ଓରଫ ମୁଚାକି ଆୟତେ ଆତ୍ମସମର୍ପଣ କରିଛି। ସେହିପରି ଆତ୍ମସମର୍ପଣ କରିଥିବା ପ୍ଲାଟୁନ୍‌ କମାଣ୍ଡର ହେମଲା ଲାଖମାଙ୍କ ନାଁରେ ୮ଲକ୍ଷ, ୭ନମ୍ବର କଂପାନିର ସଦସ୍ୟ ଅସମତି ଓରଫ କମଲୁ ନାଁରେ ୮ଲକ୍ଷ, ପାର୍ଟି ସଦସ୍ୟା ରାବତୀ ଓ ପିଏଲ୍‌ଜିଏ ସଦସ୍ୟ ସୁଣ୍ଡାମ ପାଲେ ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏଲ୍‌ଓସି କମାଣ୍ଡର ସନ୍ଦୀପ, ଏସିଏମ୍‌ ମାଡ଼କମ ଚେତ ଓରଫ ମଙ୍ଗଲି, କୃଷି ଟିମ୍‌ କମାଣ୍ଡର ନିଲେଶ ନାଁରେ ୫ଲକ୍ଷ ଟଙ୍କା ଲେଖାଏଁ, ମିଲିସିଆ କମାଣ୍ଡର ତାତି ସୋମଡ଼ୁ ନାଁରେ ୩ଲକ୍ଷ, ଡିଏକେଏମ୍‌ଏସ୍‌ ସଦସ୍ୟ ମୁଚାକି ଦେବା ନାଁରେ ୨ଲକ୍ଷ, ପାର୍ଟି ସଦସ୍ୟା ସରିତା, ଗାର୍ଡ ସଦସ୍ୟ ପେଟ୍ଟି ମାସା ଓ ହେମଲା ଦସରୁ ନାଁରେ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ କରାଯିବା ନେଇ ସୁକମା ଏସ୍‌ପି କିରଣ ଚୌହ୍ବାନ ସୂଚନା ଦେଇଛନ୍ତି ।

Breaking News