ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆ ଦଳ ଗଠନ କରିବେ ମହମ୍ମଦ ମୋକିମ୍ । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା କରାଯିବ ବୋଲି ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବଡ ସୂଚନା ଦେଇଛନ୍ତି ମୋକିମ୍ । ସେ କହିଛନ୍ତି ନୂଆ ଦଳ ଗଠନ ନେଇ ସମୀକରଣ ଚାଲିଛି, ପୁରା ରାଜ୍ୟରୁ ମତାମତ ନିଆଯାଉଛି । ଆସନ୍ତା ୧୨ତାରିଖରେ ଯୁବ ସମାବେଶରେ ଏକାଠି ହେବେ ରାଜ୍ୟର ଅନେକ ଯୁବ ପୀଢି । ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ । ନୂଆ ଦଳର ନାମ ଲୋକ କଂଗ୍ରେସ ଦିଆଯିବ ବୋଲି ସୂଚନା ମିଳିଛି ।ପୂର୍ବରୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ତେବେ ଏହାପରେ ସେ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ନିଜ ଶୁଭେଚ୍ଛୁଙ୍କ ପରାମର୍ଶ ଅନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମୋକିମ କହିଥିଲେ । ଦଳର ଶୀର୍ଷ ନେତୃତ୍ୱଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଦଳରୁ ବହିଷ୍କୃତ ହୋଇଥିଲେ ।






More Stories
ଜୁଏଲ ଓରାମ ନିର୍ବାଚନ ଅଧିକାରୀ…..
ବିରୋଧୀଙ୍କୁ ପରିବହନ ମନ୍ତ୍ରୀଙ୍କ ପାଲଟା ଟାର୍ଗେଟ୍……
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..