ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ ଲୋକସେବା ଭବନ ଓ ନୂଆ ବିଧାନସଭା ରହିବ। ୭୧ ଏକର ଜମିରେ ଏହା ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ମାଷ୍ଟରପ୍ଲାନ୍ ଅନୁମୋଦନ ହୋଇଛି। ଲୋକସେବା ଭବନରେ ଭୂତଳ ପାର୍କିଂ ବି କରାଯିବ।ବେସମେଣ୍ଟରେ ତଳକୁ ତଳ ତିନି ମହଲା ସ୍ମାର୍ଟ ପାର୍କିଂ ବ୍ୟବସ୍ଥାରେ ୫୭୩ କାର୍ ରହିବ । ଡ୍ରାଇଭର ଓ ଗାଡ଼ି ନଂ ପ୍ଲେଟ୍ ଚିହ୍ନିବ ଏଆଇ । ଏଥିପାଇଁ ବଡ଼ ପ୍ରକଳ୍ପ ହାତକୁ ନେବେ ସରକାର । ଏହି ବିଶାଳ ପ୍ରକଳ୍ପ ପାଇଁ ସରକାର ପ୍ରାୟ ୧୦୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ସହ ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ସୁଦୃଢ଼ କରିବ ।






More Stories
ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ……
୧୪ ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପଣ……
ଆଜି ସବୁ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ଗାନ…..