ରିପୋର୍ଟ କାର୍ଡ / ଭୁବନେଶ୍ୱର
ରଥଯାତ୍ରା ୨୦୨୬କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ୬ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ପ୍ରତି ମାସ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି । ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ ସହ କେମିତି ସୁଧାରି ହେବ ଏବଂ ଆଉ କଣ ଆବଶ୍ୟକୀୟ ପଦକ୍ଷେପ ହାତକୁ ନିଆଯିବ ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ, ପିଇବା ପାଣି,କ୍ୱାଲିଟି ମନିଟର, ସ୍ୱଛତାକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଭିଡ଼ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି । ବୈଠକରେ ପୋଲିସ ଡିଜି, ଅଗ୍ନିଶମ ବିଭାଗ ଦିଜିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ଉପସ୍ଥିତ ଥିଲେ ।ବାକି ରହିଛି।






More Stories
ଆଜି ପବିତ୍ର ଦୋଳପୂର୍ଣ୍ଣିମା…..
ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଜାରି……
ଘୋଷଣା ହେଲା ମାଟ୍ରିକ୍ ରେଜଲ୍ଟ ତାରିଖ…..