ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ସରକାରଙ୍କ ବଡ଼ ପଦକ୍ଷେପ। ରୁଷିଆ-ଇରାନ ସମେତ ୭୫ ଦେଶର ନାଗରିକଙ୍କ ଭିସା ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ଲଗାଗଲା ରୋକ। ଏହି ପଦକ୍ଷେପ ଜାନୁଆରୀ ୨୧, ୨୦୨୬ରୁ ଆରମ୍ଭ ହେବ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ଜାରି ରହିବ। ତେବେ ଆମେରିକାର ଏଭଳି ପଦକ୍ଷେପ ପଛର ମୁଖ୍ୟ କାରଣ ହେଉଛି “ପବ୍ଲିକ ଚାର୍ଜ” (Public Charge) ନିୟମକୁ କଡ଼ାକରି ଲାଗୁ କରିବା ଅର୍ଥାତ ଯେଉଁ ଆବେଦନକାରୀ ମାନଙ୍କର ଆମେରିକାରେ ସରକାରୀ ସହାୟତା (ବେନିଫିଟ୍ସ) ଉପରେ ନିର୍ଭର କରିବାର ସମ୍ଭାବନା ଅଧିକ, ସେମାନଙ୍କୁ ଭିସା ଦେବାକୁ ମନା କରାଯିବ।କେଉଁ ଦେଶଗୁଡ଼ିକ ପ୍ରଭାବିତ ହେବେ?ଏହି ତାଲିକାରେ ରୁଷିଆ, ଇରାନ, ଆଫଗାନିସ୍ତାନ, ସୋମାଲିଆ, ଇରାକ, ମିଶର, ବ୍ରାଜିଲ, ନାଇଜେରିଆ, ଥାଇଲ୍ୟାଣ୍ଡ, ଯେମେନ ଭଳି ଅନେକ ଦେଶ ଅନ୍ତର୍ଭୁକ୍ତ। ଏହା ଏକ ଅଭ୍ୟନ୍ତରୀଣ ମେମୋ ଅନୁଯାୟୀ ହୋଇଛି, ଯାହା ସମସ୍ତ ଦୂତାବାସକୁ ପଠାଯାଇଛି।ଏହି ପଦକ୍ଷେପରେ ସୋମାଲିଆ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।






More Stories
ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ…..
୧୦୦ ବିମାନ ବାତିଲ…..
କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ…..