ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ହେବା ପରେ ଉତ୍ତର ରଖିଲେ ବାପା ବିଜୟ ମହାପାତ୍ର । ପୁଅର ନିଲମ୍ବନ ଖବର ଜାଣି ଆଶ୍ଚର୍ଯ୍ୟ ହୋଇଥିବା କହିଲେ ବିଜୟ । ବିଜୁ ଜନତା ଦଳରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ହେବା ଘଟଣାରେ ପ୍ରତିକ୍ରିୟା ରଖିଲେ ବାପା ବିଜୟ ମହାପାତ୍ର । ଅରବିନ୍ଦଙ୍କ ବାପା ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେଡିରୁ ପୁଅର ନିଲମ୍ବନ ଖବର ପାଇଁ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ବିଜୟ କହିଛନ୍ତି, ବିଜୁ ଜନତା ଦଳରୁ ପୁଅର ନିଲମ୍ବନ ଖବର ଶୁଣି ମୁଁ ହତବାକ । ଏପରି ଖବର ଶୁଣି ଆଶ୍ଚର୍ଯ୍ୟ ହେଲି । କାହିଁକି ଅରବିନ୍ଦ ଦଳରୁ ନିଲମ୍ବନ ହେଲା ମୁଁ ଜାଣିନାହିଁ । ମୁଁ ଜାଣିବାରେ ପୁଅ ସେପରି କିଛି ଦଳବିରୋଧୀ କରିନାହିଁ । ନିଜ ରାଜନୈତିକ ଗତିବିଧି ବିଷୟରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ କୌଣସି ଦଳରେ ନାହିଁ । ନିର୍ବାଚନ ମଣ୍ଡଳୀର ଜନତାଙ୍କ ସ୍ୱାର୍ଥ ପାଇଁ କାମ କରୁଛି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..