ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ବଡ଼ ନିଷ୍ପତ୍ତି କ୍ରମେ ଦଳରୁ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର (ପାଟକୁରା) ଏବଂ ସନାତନ ମହାକୁଡ଼ (ଚମ୍ପୁଆ)ଙ୍କୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଭିନ୍ନ ସମୟରେ ବିଧାନସଭା ଭିତରେ ଓ ବାହାରେ ଦେଇଥିବା ମନ୍ତବ୍ୟ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସେ ବାରମ୍ବାର ପୂର୍ବ ସରକାର ସମୟର ପ୍ରଭାବଶାଳୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଉସ୍କାଉଥିଲେ, ଯାହା ବିଜେଡିକୁ ଅଡୁଆରେ ପକାଉଥିଲା। ସେ କହିଥିଲେ, “ନବୀନ ମୋ ନେତା, ପାଣ୍ଡିଆନ ନେତା ନୁହନ୍ତି।” ଏପରିକି ସେ ପୂର୍ବ ସରକାରର ଅଫିସରମାନଙ୍କ ଦୁର୍ନୀତି ବିଷୟରେ ଶାସକ ଦଳକୁ ତଦନ୍ତ କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ବିଜେଡିରେ ଭିକେ ପାଣ୍ଡିଆନଙ୍କ ପ୍ରଭାବ ଥିବା ବେଳେ ଅରବିନ୍ଦଙ୍କର ଏହି ‘ନବୀନ-କେନ୍ଦ୍ରିକ’ ଆଭିମୁଖ୍ୟ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଅସ୍ୱୀକାର କରିବା ହିଁ ତାଙ୍କ ନିଲମ୍ବନର ପ୍ରମୁଖ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ସନାତନ ମହାକୁଡ଼ ମଧ୍ୟ ଦଳୀୟ କାର୍ଯ୍ୟଧାରାକୁ ସମାଲୋଚନା କରିବା ସହ ବିଜେପି ପ୍ରତି ନରମ ଆଭିମୁଖ୍ୟ ରଖୁଥିବା ଅଭିଯୋଗ ହୋଇଥିଲା।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..