Report Card Odisha

| Daily Odia News

ନିପାକୁ ପାଇଁ ଆତଙ୍କୀତ ହୁଅନ୍ତୁନି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିପା ଭୁତାଣୁକୁ ନେଇ ଆତଙ୍କିତ ନହେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଲେ ମନ୍ତ୍ରୀ । ନିପା ଭୁତାଣୁକୁ ନେଇ ରାଜ୍ୟବାସୀ ଭୟଭୀତ ଥିଲାବେଳେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ । ବୈଠକ ପରେ ମନ୍ତ୍ରୀ ଜନସାଧାରଣଙ୍କୁ ଆଦୌ ଭୟଭୀତ ନହେବାକୁ ନିବେଦନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଟେକ୍ନିକାଲ ଟିମ ଗଠନ ହୋଇଛି , ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି । ପଶ୍ଚିମବଙ୍ଗ ସୀମାବର୍ତ୍ତି ଜିଲ୍ଲା ଓ ପ୍ରମୁଖ ସହରରେ ସର୍ଭେଲାନ୍ସ ବଢ଼ାଇ ଦିଆ ଯାଇଛି । ଏଯାଏ ଭୁତାଣୁ ଓଡ଼ିଶାରେ ଚିହ୍ନଟ ହୋଇନାହିଁ । ଏଭଳି ଘଟଣା ଆସିଲେ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।

Breaking News