ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଆଜି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ, ସନ୍ଧ୍ୟା ୫ଟାରୁ ୬ଟା ପ୍ରତ୍ୟାହାର, ଆବଶ୍ୟକ ହେଲେ ଆସନ୍ତାକାଲି ମତଦାନ ହେବ । ଏହାପରେ ଆନୁଷ୍ଠାନିକ ଭାବେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ।ତେବେ ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ଥିବା ନୀତିନ ନବୀନ ହିଁ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଫଳରେ ନୀତିନଙ୍କ ନାମରେ ହିଁ ମୋହର ମାରି ଆନୁଷ୍ଠାନିକ ଭାବେ ସଭାପତିଙ୍କ ନାମ ଘୋଷଣା କରାଯିବ । ନୀତିନଙ୍କୁ ସଭାପତି କରିବା ଲାଗି ଦଳ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।






More Stories
ବାଂଲାଦେଶ ସୀମାରେ ଲାଗିବ ତାରବାଡ଼……
ସହି ପାରୁନାହାଁନ୍ତି ମୋଦି!TVKକୁ ସମର୍ଥନ କରିବା ନେଇ ଗର୍ଜିଲେ…..
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..