ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଆମ ବସ୍’ ସେବା ସମୀକ୍ଷା ବୈଠକରେ ଏହି ଯୋଜନା ଉପରେ ମୋହର ବାଜିଛି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ମନୋନୀତ କରାଯାଇଛି। ଆସନ୍ତା ଜାନୁଆରୀ ୩୧ ତାରିଖରେ ଏହି ମହିଳା ଚାଳକମାନେ ଉନ୍ନତମାନର ତାଲିମ ପାଇଁ ପୁନେ ଗସ୍ତ କରିବେ। ସେଠାରେ ସେମାନଙ୍କୁ ବିଶେଷ କରି ଇ-ବସ୍ ଚାଳନା ଏବଂ ଯାନ୍ତ୍ରିକ କୌଶଳ ବାବଦରେ ପ୍ରଶିକ୍ଷଣ ଦିଆଯିବ।






More Stories
୨ରୁ ଯୁକ୍ତ ଦୁଇ ଖାତାଦେଖା…..
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..