Report Card Odisha

| Daily Odia News

ଦେଢ଼ଲକ୍ଷ ଟପିଲା ସୁନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ସୁନା ଓ ରୁପା ଦାମ୍ ଥମିବାର ନାଁ ନେଉନି । ଗତକାଲି ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୭୪୮ ଟଙ୍କା ବୃଦ୍ଧି ପାଇ ଦେଢ଼ ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୦ଟଙ୍କା ବୃଦ୍ଧି ହୋଇଛି । ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍ କରି ୧,୫୭,୨୬୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ସେହିପରି ରୁପା ଦାମ୍ କିଲୋ ପିଛା ୩,୩୦,୦୦୦ ଟଙ୍କାରେ ପହଞ୍ଚିଛି । ଆଜି ଦିଲ୍ଲୀ ଓ ମୁମ୍ବଇ ସହରରେ ୨୪ କ୍ୟାରେଟ ସୁନା ଦର ୧,୫୭,୨୬୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୪୪,୧୫୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୧୭,୯୪୦ ଟଙ୍କା ରହିଛି ।ସେହିପରି ରୂପା ଦର ମଧ୍ୟ ବୃଦ୍ଧି ହୋଇଛି । ଦିଲ୍ଲୀ ଓ ମୁମ୍ବଇରେ ଏକ କିଲୋଗ୍ରାମ ରୁପା ଦର ୩,୩୦,୦୦୦ ଟଙ୍କା ରହିଛି । ଓଡିଶା ବଜାରରେ ମଧ୍ୟ ଏହାର ବିଶେଷ ପ୍ରଭାବ ରହିଛି । କଟକ ଓ ଭୁବନେଶ୍ୱର ସହର ସମେତ ରାଜ୍ୟରେ ମଧ୍ୟ ସୁନା ଦର ସମାନ ଦର ରହିଛି । ରୁପା ଦର ଏକ କିଲୋଗ୍ରାମ ପିଛା ୩,୪୦,୦୦୦ ଟଙ୍କା ରହିଛି ।

Breaking News